ଭକ୍ତ ଆଉ ଭଗବାନଙ୍କ ଚିନ୍ତାଧାରା ସମାନ ହୋଇଗଲା । ମହାପ୍ରଭୁ ତ ଆଗରୁ ସେ କଥା କହି ସାରିଚନ୍ତି । ମମତା ପାଗଳ କଳାଠାକୁର । ଗୁଣ୍ଡିଚାକୁ ଯଶୋଦା, ଦେବକୀ ଅବା ଅଦିତିଙ୍କ ସ୍ଥାନ ତ ହୃଦୟରେ ଦେଇ ସାରିଚନ୍ତି । ତେଣୁ ଗୁଣ୍ଡିଚା କଥାରେ ଅମଂଗ ହେବାର ପ୍ରଶ୍ନ ଉଠୁଚି଼ କୁଆଡ଼େ ?
ଗୀତ-
ଗୁଣ୍ଡିଚାର କଥା ଶୁଣି ମହାପ୍ରଭୁ
ତଥାସ୍ତୁ ଦେଲେ ଯେ କହି
ପ୍ରତିବର୍ଷ ଆମେ ଆସିବୁ ତୋ ଘରେ
ଭାଇ ଭଉଣୀଙ୍କୁ ନେଇ
ଆଦେଶିଲେ ପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଯେ
ଏ କଥା ମନେ ରଖିବ
ସବୁ ଆଷାଢ଼ର ଶୁକ୍ଳ ଦ୍ୱିତୀୟାରେ
ରଥଯାତ୍ରା କରାଇବ
ରଥ ଯାତରାରେ ଜାତି ବର୍ଣ୍ଣ ଭେଦ
କିଛି ତ ରହିବ ନାହିଁ
ଆନନ୍ଦରେ ସର୍ବେ ରଥ ଟାଣୁଥିବେ
ଏକ ମନପ୍ରାଣ ହୋଇ
ଏ ଯାତ୍ରାର ନାମ ହୋଇବ ଯେ ପୁଣି
ପତିତ ପାବନ ଯାତ୍ରା
ପତିତ ମାନଙ୍କୁ ଦର୍ଶନ ଦେବାକୁ
ଏ ଯେ ମହାବେଦୀ ଯାତ୍ରା