Bhai Mo Bhai-Neha Niharika

Bhai Mo Bhai

歌手:Neha Niharika

专辑:Bhai Mo Bhai

时间:2022-08-08

    使用手机浏览器「扫一扫」

    在手机上保存,获得更好体验

标签
歌词

ଝି:- ଖରା ବରଷା ଶୀତ କାକର

ତୁ ଅଛୁ ପାଖେ ନାହିଁ ମୋ ଡର ( ୨ )

ପୁ :- ମୋ ଭାଗେ ଲୁହ ହସଟି ତୋର

ସୁନା ଭଉଣୀ ଜୀବନ ମୋର

...

ଝି:- ଭାଇ ତୁ ମୋ ଜୀବନ ଧନ

ଥା ମୋ ପାଖେ ସାରା ଜୀବନ

ଯେମିତି ଅଛି ଦେହ ସାଥିରେ ଛାଇ

" ଭାଇ ମୋ ଭାଇ... ଭାଇ ମୋ ଭାଇ" ( ୨ )

...........................................................

ଝି:- ରାଖି ନୁହେଁ ସେ ଆଖି ମୋଅର

ଆଖି ଆଗେ ରହିଥିବୁ

ଅବୁଝା ହେଲେ କୋଳେଇ ନେଇ

ମୋତେ ତୁ ବୁଝେଇ ଦବୁ

ପୁ :- ଏମିତି ଡୋରୀ ବାନ୍ଧି ଦେଇଛୁ

ଜନମ ଜନମକୁ

ଆସିବି ଫେରି ସବୁ ଜନମେ

ଭାଇ ହେଇ ତୋ ପାଖକୁ

...

ଝି :- ତୁ ଆକାଶ ତୁ ମୋର ଜହ୍ନ

ଥା ମୋ ପାଖେ ସାରା ଜୀବନ

ତୋ ବିନା ମୋ ଜୀବନର ମାନେ ନାହିଁ

" ଭାଇ ମୋ ଭାଇ... ଭାଇ ମୋ ଭାଇ" ( ୨ )

...........................................................

ପୁ :- ଆଖିରେ ତୋର ସପନ ହେବି

ବାଟରେ ହେବି ମୁଁ ଫୁଲ

ହସ ହେଇ ତୋ ଓଠରେ ଥିବି

ଏଇ ତୋ ରାଖିର ମୂଲ

ଝି:- ଲୋଡ଼ାତ ନାହିଁ ରାଜ ନଅର

ଲୋଡ଼ା ନାହିଁ ହୀରା ମୋତି

ଭରସାର ତୁ ସେତୁ ବନ୍ଧଟେ

ଥା ମୋର ପାଖେ ଏମିତି

...

ପୁ :- ତୋ ପାଇଁ ଖୁସି ହୁଏ ଛଗୁଣ

ଥିବି ତୋ ପାଖେ ସାରା ଜୀବନ

ଯେମିତି ଅଛି ନଈ ସାଥିରେ କଇଁ

................

ଝି :- ଭାଇ ମୋ ଭାଇ... ଭାଇ ମୋ ଭାଇ" ( ୨ )

展开显示全部歌词