Badadanda-Satyajeet Pradhan

Badadanda

专辑:Badadanda

时间:2026-07-23

    使用手机浏览器「扫一扫」

    在手机上保存,获得更好体验

标签
歌词

ବଡ଼ଦାଣ୍ଡ ମୁଁ ଛାତି ପାତି ଶୋଇଛି

କଳା ପାହାଡ଼ ଗଲାବେଳେ ମୋତେ କେତେ କଷଣ ଦେଇଛି

ଚାଲିଗଲେ ତୁମ ଭକ୍ତ ମୋ ଦେହରେ କେତେ ଆଘାତ ଲାଗିଛି

ତୁମ ନନ୍ଦିଘୋଷ ପ୍ରଭୁ ଚାଲିଗଲେ କାଇଁ ଫୁଲ ପରି ଲାଗୁଛି,,,,,

ଜୟ ଜଗନ୍ନାଥ ନାମାମୃତ ଗାଇ ଭକତ ନାଚୁଛି

ମୋଛାତି ଉପରେ ତୁମେ ଆସ ବୋଲି ଧନ୍ୟ ହେଇ ଯାଇଛି ..(୦)

କୋଟି ବ୍ରହ୍ମାଣ୍ଡ ଠାକୁର ଯେବେ ଯାଅ ଜନ୍ମ ବେଦୀ ବୁଲି

ଶହ ଶହ ଭକତଙ୍କୁ କୋଳରେ ପାଇ ମୁଁ ତ୍ରାହି ହେଲି,

ତୁମରି ଆଶିଷ ପାଇ ଛୋଟ ତରୁ ହୋଇଯାଏ ବଡ଼

ମୋ ଦେହର ମାଟି ବାଲି ତୁମରି ପରଶେ ପୁଣ୍ୟ ଫଳ

କଷଟିପଥର ପରି ତୁମରି ଛୁଆଁରେ ମୁଁ ସୁନା ହୋଇଯାଇଛି

ଜୟ ଜଗନ୍ନାଥ ନାମାମୃତ ଗାଇ ଭକତ ନାଚୁଛି

ମୋଛାତି ଉପରେ ତୁମେ ଆସ ବୋଲି ଧନ୍ୟ ହେଇ ଯାଇଛି ..(୧)

ତୁମରି ସେବାରେ ପ୍ରଭୁ ନୁଆଇଁ ଦେଇଛି ଏଇ ମୁଣ୍ଡ

ତୁମରି ସାନିଧ୍ୟ ପାଇଁ ଅଛି ଚାହିଁ ତୁମ ବଡ଼ଦାଣ୍ଡ

ପତିତ ପ୍ଲାବନି ଗଙ୍ଗା ତୁମ ନଖ କୋଣରୁ ଉଦ୍ଭବ

ଧନ୍ୟ ମୁହିଁ ଧୂଳି ଗଙ୍ଗା ତୁମ ପାଦ ତଳେ ହେ ମାଧବ

ରଖିଥିବ ପାଦ ତଳେ ମତେ ହେ ସାଆନ୍ତେ

ଆଉ କିଛି ମାଗୁ ନାହିଁ

ଜୟ ଜଗନ୍ନାଥ ନାମାମୃତ ଗାଇ ଭକତ ନାଚୁଛି

ମୋଛାତି ଉପରେ ତୁମେ ଆସ ବୋଲି ଧନ୍ୟ ହେଇ ଯାଇଛି ..(୨)

展开显示全部歌词