
在手机上保存,获得更好体验
ତମେ ଚାଲିଗଲ ଏକୁଟିଆ
ଭଲ କଲ ନାହିଁ ହେ ମଣିମା
ଭାରି ଅପଦସ୍ତ ହୁଏ ତୁମ ମହାଲକ୍ଷ୍ମୀ
ଅପଦସ୍ତ ହୁଏ ତୁମ ମହାଲକ୍ଷ୍ମୀ
କି ଉତ୍ତର ଦବ କାହାକୁ ??
ପଚାରନ୍ତି ଭକତ କୁହ ହେ ସାଆନ୍ତାଣୀ
କାଇଁ ସାଆନ୍ତେ ନ ନେଲେ ତୁମକୁ
ଭୁଲିଗଲ କିବା ମାଣବସା କଥା
ହଁ ଭୁଲିଗଲ କିବା ମାଣବସା କଥା
ପୁଉଣି ଦେଖାଅ ପୁରୁଷ ଗାରିମା
ତମେ ଚାଲିଗଲ ଏକୁଟିଆ
ଭଲ କଲ ନାହିଁ ହେ ମଣିମା (୦)
ବାହାଘର ପରେପରା ଅର୍ଦ୍ଧାଙ୍ଗିନୀ ମୁଁ ତୁମର
କେମିତି ଏ ବୁଝାମଣା ମତେ କରି ଦେଲ ପର
ବୁଝିଲନି ମନକଥା କରିଥିଲ ପାଟରାଣୀ
ମନଭାଙ୍ଗି ଚାଲିଗଲ ସାଥେ ଧରି ଭାଇଭଗ୍ନୀ
ଫେରିଲେ ଶୁଣିବ ଜନେ କୁହାକୁହି
ଫେରିଲେ ଶୁଣିବ ଜନେ କୁହାକୁହି
କେମିତି ସହିଲେ ସାଗରର ଜେମା ..
ତମେ ଚାଲିଗଲ ଏକୁଟିଆ
ଭଲ କଲ ନାହିଁ ହେ ମଣିମା (୧)
ରତ୍ନ ଖଞ୍ଜ ପଲଙ୍କରେ ଆଖିକୁ ନ ଆସେ ନିଦ
ନିଦ ଭାଙ୍ଗେ ଘନଘନ ଆସିଲେ କି କଳା ଚାନ୍ଦ
ଗଲାଦିନୁ ମନ୍ଦିରରୁ ପାଟିକୁ ନ ରୁଚେ ଅର୍ଣ୍ଣ
ତୁମ ବିନା ଲାଗେ ସତେ ଶ୍ରୀମନ୍ଦିର ଶ୍ରୀହୀନ
ବାହୁଡ଼ିବ ଯେବେ ହେ ବାହୁଡ଼ା ବ୍ରହ୍ମ
ହଁ ବାହୁଡ଼ିବ ଯେବେ ହେ ବାହୁଡ଼ା ବ୍ରହ୍ମ
ତୁମ ଲକ୍ଷ୍ମୀ କେବେ କରିବନି କ୍ଷମା
ତମେ ଚାଲିଗଲ ଏକୁଟିଆ
ଭଲ କଲ ନାହିଁ ହେ ମଣିମା ..(୨)